Uncategorized

ମହଙ୍ଗା ପଡ଼ିଲା ରାଜ୍ୟସଭା ନିର୍ବାଚନରେ ‘କ୍ରସ୍ ଭୋଟିଂ’ : ବିଦା ହେଲେ ବିଜେଡିରୁ ୬ ବିଧାୟକ

ଭୁବନେଶ୍ଵର: ଆଜି ବିଜୁ ଜନତା ଦଳ ପକ୍ଷରୁ ଏକ ବଡ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ଦଳର ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶକ୍ରମେ ଦଳରୁ ୬ ବିଧାୟକଙ୍କୁ ନିଲମ୍ବିତ କରାଯାଇଛି। ବିଜେଡ଼ି ରାଜନୈତିକ ବ୍ୟାପାର କମିଟି ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି। ଦଳ ବିରୋଧୀ କାର୍ଯ୍ୟ ପାଇଁ ୬ ବିଧାୟକଙ୍କୁ ନିଲମ୍ବନ କରାଯାଇଛି। ବାଲିଗୁଡା ବିଧାୟକ ଚକ୍ରମଣି କହଁର, ଜୟଦେବ ବିଧାୟକ ନବ କିଶୋର ମଲ୍ଲିକ, କଟକ ବିଧାୟକ ସୌଭିକ ବିଶ୍ଵାଳ, ବସ୍ତ ବିଧାୟକ ସୁଭାସିନୀ ଜେନା, ତ୍ରିତୋଲ ବିଧାୟକ ରମାକାନ୍ତ ଭୋଇ ଏବଂ ବାଙ୍କି ବିଧାୟକ ଦେବୀ ରଞ୍ଜନ ତ୍ରିପାଠୀଙ୍କୁ ଦଳରୁ ବିଦା କରାଯାଇଛି। ଉଲ୍ଲେଖ ଯୋଗ୍ୟ ଯେ, ଏହି ସମସ୍ତ ବିଧାୟକ ରାଜ୍ୟ ସଭା ନିର୍ବାଚନରେ ଦଳର ହ୍ଵିପ ସତ୍ତ୍ୱେ ବିଜେପି ସମର୍ଥିତ ପ୍ରାର୍ଥୀ ଦିଲ୍ଲୀପ ରାୟଙ୍କୁ ଭୋଟ ଦେଇଥିଲେ। ଯାହା ଫଳରେ ବିଜେଡ଼ି ସମର୍ଥିତ ପ୍ରାର୍ଥୀ ଡାକ୍ତର ଦତ୍ତେଶ୍ଵର ହୋତା ପରାଜୟବରଣ କରିଥିଲେ।

Related Articles

Back to top button