Uncategorized

ପରିବହନ ବିଭାଗର ସ୍ୱତନ୍ତ୍ର ଡ୍ରାଇଭ୍, ନିୟମ ଭାଙ୍ଗିଲେ ଜୋରିମାନା

ମୋବାଇଲ ନ୍ୟୁଜ 24×7 ବ୍ୟୁରୋ; ଅମାନିଆ ଗାଡ଼ି ଚାଳକଙ୍କ ଉପରେ କଡ଼ାକଡ଼ି ହେଲା ଟ୍ରଫିକ୍ ନିୟମ । ଶନିବାର ଠାରୁ ଚେକିଂ କଡାକଡି ହୋଇଛି । ଓଡ଼ିଶା ପରିବହନ ବିଭାଗ ଏବଂ ପୁଲିସର ଏହି  ବିଶେଷ ଅଭିଯାନ ପାଇଁ ପ୍ରସ୍ତୁତ ହୋଇଛନ୍ତି । ୧୦ ଦିନ ପାଇଁ ସ୍ୱତନ୍ତ୍ର ଭାବେ ଏହି ଡ୍ରାଇଭ୍ ଆରମ୍ଭ ହୋଇଛି । ଦ୍ରୁତଗତି ମଦ୍ୟପାନ କରି ଗାଡ଼ି ଚଳାଇବା, ହେଲମେଟ୍ ନ ପିନ୍ଧିବା, ଅଧିକ ଯାତ୍ରୀ କିମ୍ବା ଭାର ବୋହିବା, ଡ୍ରାଇଭିଂ ଲାଇସେନ୍ସ, RC, PUC କାଗଜପତ୍ର. ସିଟ୍ ବେଲ୍ଟ ନବାନ୍ଧିବା ଏବଂ ଅନ୍ୟାନ୍ୟ ଟ୍ରାଫିକ୍ ନିୟମ ଉଲ୍ଲଙ୍ଘନ ଉପରେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ଆବଶ୍ୟକସ୍ଥଳେ ଜୋରିମାନା ଆଦାୟ କରାଯାଉଛି । ମାର୍ଚ୍ଚ ୨୧ରୁ ୩୧ ତାରିଖ ପର୍ଯ୍ୟନ୍ତ ଏହି ସ୍ୱତନ୍ତ୍ର ଡ୍ରାଇଭ୍ ଚାଲିବ । ସଡ଼କ ସୁରକ୍ଷା ନିୟମ ପାଳନ କରାଇବା ଓ ଜନ ସଚେତନତା ବଢ଼ାଇବା ପାଇଁ ଏଭଳି ସ୍ବତନ୍ତ୍ର ଡ୍ରାଇଭ କରାଯାଉଛି ।

Related Articles

Back to top button