ଐତିହ୍ୟ ଓ ସଂସ୍କୃତିଓଡ଼ିଶା

ଶ୍ରୀମନ୍ଦିରରେ ଗ୍ରହଣ ପାଇଁ ସ୍ବତନ୍ତ୍ର ନୀତିକାନ୍ତି।

ଭୁବନେଶ୍ୱର ,ଆଜି ମହାପ୍ରଭୁଙ୍କ ଆଜ୍ଞାମାଳ ପାଇ ଚଳନ୍ତି ପ୍ରତିମା ଦୋଳଗୋବିନ୍ଦ, ଭୂଦେବୀ, ଶ୍ରୀଦେବୀ ମଣି ବିମାନରେ ଦୋଳବେଦୀକୁ ବିଜେ କରିବା ସହ ଭକ୍ତଙ୍କ ସହିତ ଅବିର ଓ ଫଗୁ ଖେଳିବେ।

ଆଜି ଶ୍ରୀମନ୍ଦିରରେ ଶ୍ରୀଜିଉଙ୍କ ହେବ ସୁନାବେଶ। କେତୁଗ୍ରସ୍ତ ଚନ୍ଦ୍ର ଗ୍ରହଣ ପଡ଼ିଥିବାରୁ ଦିନ ପରିବର୍ତ୍ତେ ରାତିରେ ସୁନା ଅଳଙ୍କାରରେ ମହାପ୍ରଭୁ ବିଭୂଷିତ ହେବେ।

ସକାଳ ୬ଟା ୮ ମିନିଟ ପରଠାରୁ ଦେବନୀତି ନିଷେଧ ରହିଛି।

ତେବେ ସକାଳ ସମୟରେ ଦୋଳବେଦୀକୁ ମହାପ୍ରଭୁ ବିଜେ କରିବେ ନା ସନ୍ଧ୍ୟା ସମୟରେ ଦୋଳବେଦୀକୁ ବିଜେ କରିବେ ତାହା ନୀତି ଉପରେ ନିର୍ଭର କରେ ବୋଲି ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ କୁହାଯାଇଛି।ରାତି ଗୋଟାଏ ରେ ଦ୍ବାର ଫିଟା ପରେ ସବୁ ନୀତି ସରିଛି।

Related Articles

Back to top button