ବିମାନ ବାତିଲ, ଯାତ୍ରୀଙ୍କ ପାଇଁ ବଢ଼ିଲା ଚିନ୍ତା

ଭୁବନେଶ୍ୱର ,ଯୁଦ୍ଧ ପରିସ୍ଥିତି ଯୋଗୁଁ ଆନ୍ତର୍ଜାତୀୟ ବିମାନ ଚଳାଚଳ ସମୟସୀମାରେ, ବାରମ୍ବାର ପରିବର୍ତ୍ତନ ହେଉଛି। ଯେଉଁ ଯାତ୍ରୀମାନେ ଏହି ଅଞ୍ଚଳକୁ ଯାତ୍ରା କରିବାକୁ ଚାହୁଁଛନ୍ତି, ସେମାନେ ଏୟାରଲାଇନ୍ସର ୱେବସାଇଟ୍ କିମ୍ବା ହେଲ୍ପଲାଇନ୍ ନମ୍ବରରେ ଯୋଗାଯୋଗ କରି, ନିଜ ବିମାନର ସ୍ଥିତି ଯାଞ୍ଚ କରିବାକୁ ପରାମର୍ଶ ଦିଆଯାଇଛି।
ଏୟାର ଇଣ୍ଡିଆ ପକ୍ଷରୁ ସତର୍କତାମୂଳକ, ପଦକ୍ଷେପ ସ୍ୱରୂପ ଏହି ଅଞ୍ଚଳକୁ, ହେବାକୁ ଥିବା ସମସ୍ତ ବିମାନ ଚଳାଚଳ ଉପରେ ରୋକ୍ ଲଗାଯାଇଛି।
ମଧ୍ୟ ପ୍ରାଚ୍ୟରେ ଲାଗି ରହିଥିବା ଯୁଦ୍ଧର ଭୟାବହତା ଏବେ ବିମାନ ସେବାକୁ, ଗୁରୁତର ଭାବେ ପ୍ରଭାବିତ କରିଛି। ଇରାନ, ଆମେରିକା ଏବଂ ଇସ୍ରାଏଲ୍ ମଧ୍ୟରେ ଜାରି ରହିଥିବା ସଂଘର୍ଷ ପୂରା ଗଲ୍ଫ ଅଞ୍ଚଳକୁ କବଳିତ କରିଥିବା ବେଳେ ଅନେକ ପ୍ରତିଷ୍ଠିତ ଏୟାରଲାଇନ୍ସ ସେମାନଙ୍କ ବିମାନ ବାତିଲ କରିଛନ୍ତି।
ଲଗାତାର ତିନି ଦିନ ଧରି ବିମାନ ସେବା ବାଧାପ୍ରାପ୍ତ ହେବା ପରେ, ମାର୍ଚ୍ଚ ୩ ତାରିଖରେ ସ୍ଥିତିରେ ସାମାନ୍ୟ ସୁଧାର ଆସିଛି। ଇଣ୍ଡିଗୋପକ୍ଷରୁ ଘୋଷଣା କରାଯାଇଛି ଯେ, ସୌଦି ଆରବ ଏବଂ ଭାରତ ମଧ୍ୟରେ ବିମାନ ଚଳାଚଳକୁ ସ୍ୱାଭାବିକ କରିବା ପାଇଁ ଆଜି ଜେଡ୍ଡା ରୁ ଚାରୋଟି ସ୍ୱତନ୍ତ୍ର ବିମାନ ଉଡ଼ାଣ ଭରିବ। ଏହା ଦ୍ୱାରା ସେଠାରେ ଫସିଥିବା ଭାରତୀୟ ଯାତ୍ରୀମାନେ ଆଶ୍ୱସ୍ତି ପାଇବେ।




