କ୍ରୀଡ଼ା

ଭାରତ ଉପରେ ୱେଷ୍ଟଇଣ୍ଡିଜ୍ ସଙ୍କଟ

ମାଇନସ ପଏଣ୍ଟରେ ସେମି ଫାଇନାଲ କ୍ୱାଲିଫାଏ କରିବ ତଃ ଟିମ ଇଣ୍ଡିଆ ?

ନୂଆଦିଲ୍ଲୀ, ୨୮/୦୨/୨୦୨୬: ଆସନ୍ତା ରବିବାର ଭାରତୀୟ କ୍ରିକେଟ ପ୍ରେମୀଙ୍କ ପାଇଁ କୌଣସି ଅଗ୍ନିପରୀକ୍ଷା ଠାରୁ କମ୍ ନୁହେଁ। T20 ବିଶ୍ୱକପର ସେମିଫାଇନାଲରେ ସ୍ଥାନ ପକ୍କା କରିବାକୁ ହେଲେ ଟିମ୍ ଇଣ୍ଡିଆକୁ ଏବେ ‘କର ବା ମର’ ପରିସ୍ଥିତିର ସାମ୍ନା କରିବାକୁ ପଡ଼ିବ। ଘରୋଇ ମାଟିରେ ବିଶ୍ୱକପ୍ ଟ୍ରଫି ଟେକିବାର ଯେଉଁ ସ୍ୱପ୍ନ କୋଟି କୋଟି ଭାରତୀୟ ଦେଖିଛନ୍ତି, ୱେଷ୍ଟଇଣ୍ଡିଜ୍ ବିପକ୍ଷରେ ଗୋଟିଏ ସାଧାରଣ ଭୁଲ୍ ସେହି ସ୍ୱପ୍ନକୁ ଧୂଳିସାତ୍ କରିଦେବ। ମାର୍ଚ୍ଚ ୧ ତାରିଖରେ ଖେଳାଯିବାକୁ ଥିବା ଏହି ମ୍ୟାଚ୍‌ କେବଳ ଏକ ଖେଳ ନୁହେଁ, ବରଂ ସେମିଫାଇନାଲ୍‌କୁ ଯିବା ପାଇଁ ଏକ ସିଧାସଳଖ ଲଢ଼େଇ।

ଏହି ହାଇ-ଭୋଲଟେଜ୍ ମ୍ୟାଚ୍ କୋଲକାତାର ଐତିହାସିକ ଇଡେନ ଗାର୍ଡେନ୍‌ରେ ଖେଳାଯିବ। ୱେଷ୍ଟଇଣ୍ଡିଜ୍ ଦଳ ଯେତେଥର ଇଡେନ ଗାର୍ଡେନ୍ ମଇଦାନକୁ ଓହ୍ଲାଇଛି, ସେତେଥର ବିଜୟୀ ହୋଇଛି।

ସୁପର-୮ ପଏଣ୍ଟ ଟେବୁଲକୁ ଦେଖିଲେ ବର୍ତ୍ତମାନ ଉଭୟ ଭାରତ ଓ ୱେଷ୍ଟଇଣ୍ଡିଜ୍ ପାଖରେ ୨ ପଏଣ୍ଟ ରହିଛି। କିନ୍ତୁ ନେଟ୍ ରନ୍ ରେଟ୍ କ୍ଷେତ୍ରରେ ଭାରତ ବହୁତ ପଛରେ ପଡ଼ିଯାଇଛି। ୱେଷ୍ଟଇଣ୍ଡିଜ୍‌ର ରନ୍ ରେଟ୍ +୧.୭୯ ଥିବା ବେଳେ ଭାରତର ରନ୍ ରେଟ୍ ମାଇନସ୍‌ରେ ଅର୍ଥାତ୍ -୦.୧୦ ରହିଛି। ଏହାର ଅର୍ଥ ହେଉଛି, ଭାରତକୁ କେବଳ ମ୍ୟାଚ୍ ଜିତିଲେ ହେବ ନାହିଁ, ବରଂ ନିଜର ରନ୍ ରେଟ୍‌କୁ ସୁଧାରିବା ପାଇଁ ଏକ ବଡ଼ ବ୍ୟବଧାନରେ ବିଜୟ ହାସଲ କରିବାକୁ ପଡ଼ିବ। ମାର୍ଚ୍ଚ ୧ ତାରିଖର ମ୍ୟାଚ୍ ଯିଏ ଜିତିବ, ସେ ସିଧା ସେମିଫାଇନାଲକୁ ପ୍ରବେଶ କରିବ।

Related Articles

Back to top button