
ଭୁବନେଶ୍ୱର ,ମାର୍ଚ୍ଚ ୧ ୨୦୨୬ରୁ ଦେଶବ୍ୟାପୀ କିଛି ଗୁରୁତ୍ୱପୂର୍ଣ୍ଣ ନିୟମ ଲାଗୁ ହେବାକୁ ଯାଉଛି। ଏହି ପରିବର୍ତ୍ତନଗୁଡ଼ିକ କେବଳ ଆର୍ଥିକ କ୍ଷେତ୍ରକୁ ନୁହେଁ, ବରଂ ମୋବାଇଲ ବ୍ୟବହାର, ଡିଜିଟାଲ ପେମେଣ୍ଟ ଓ ଯାତ୍ରାକୁ ମଧ୍ୟ ପ୍ରଭାବିତ କରିବ।ନୂତନ ସିମ ବାଇଣ୍ଡିଂ ନିୟମ ଅନୁଯାୟୀ, WhatsApp, Telegram ଓ Signal ପରି ଆପ୍ଗୁଡ଼ିକ ସକ୍ରିୟ ସିମ କାର୍ଡ ସହିତ ଯୋଡ଼ା ରହିବ। ଯଦି ସିମ ବନ୍ଦ କିମ୍ବା ବଦଳାଯାଏ, ତେବେ ଏହି ସେବା ବନ୍ଦ ହୋଇପାରେ। ଏହା ଡିଜିଟାଲ ଠକେଇକୁ ରୋକିବା ପାଇଁ ସରକାରଙ୍କ ଏକ ବଡ଼ ପଦକ୍ଷେପ।ପ୍ରତିମାସ ପରି, ମାର୍ଚ୍ଚ ୧ରେ LPG ସିଲିଣ୍ଡରର ମୂଲ୍ୟ ପୁନଃନିର୍ଦ୍ଧାରଣ ହେବ। ଆନ୍ତର୍ଜାତୀୟ ତୈଳ ମୂଲ୍ୟ ଓ ଡଲାର ହାର ଆଧାରରେ ନୂତନ ଦର ସକାଳ ୬ଟାରେ ଘୋଷଣା ହେବ। ବିଶେଷକରି ବ୍ୟବସାୟୀମାନଙ୍କୁ ଏହାର ପ୍ରଭାବ ପଡ଼ିପାରେ।ଡିଜିଟାଲ ପେମେଣ୍ଟରେ ମଧ୍ୟ ସୁରକ୍ଷା ବଢ଼ାଯିବ। ବଡ଼ ଟ୍ରାଞ୍ଜାକ୍ସନ ପାଇଁ ଅତିରିକ୍ତ ଭେରିଫିକେସନ୍, ଯଥା ବାୟୋମେଟ୍ରିକ କିମ୍ବା ଅନ୍ୟ ପ୍ରମାଣୀକରଣ ଆବଶ୍ୟକ ହୋଇପାରେ।କିଛି ସରକାରୀ ବ୍ୟାଙ୍କ ସର୍ବନିମ୍ନ ବାଲାନ୍ସ ନିୟମରେ ପରିବର୍ତ୍ତନ କରିପାରନ୍ତି। ଏବେ ଦୈନିକ ବାଲାନ୍ସ ବଜାୟ ରଖିବାରୁ ବଦଳାଇ ମାସିକ ହାରାହାରି ବାଲାନ୍ସ ଆଧାରରେ ଜରିମାନା ନିର୍ଦ୍ଧାରଣ ହେବ, ଯାହା ଗ୍ରାହକଙ୍କୁ କିଛି ଆଶ୍ଵସ୍ତି ଦେବ।ରେଳ ଯାତ୍ରୀଙ୍କ ପାଇଁ ମଧ୍ୟ ବଡ଼ ପରିବର୍ତ୍ତନ ଆସିପାରେ। ପୁରୁଣା UTS ଆପ୍କୁ ଧୀରେ ଧୀରେ ବନ୍ଦ କରାଯାଇ ‘RailOne’ ନାମକ ନୂତନ ଆପ୍ ଅଣାଯିବାର ସମ୍ଭାବନା ରହିଛି। ଟିକେଟ ବୁକିଂ ସହ ସମସ୍ତ ସେବା ଏହି ନୂତନ ଆପ୍ରେ ଉପଲବ୍ଧ ହେବ।




