ଓଡ଼ିଶାରାଜନୀତି

ଓଡ଼ିଶାର ୧୨ ଜିଲ୍ଲାରେ ବାଲ୍ୟ ବିବାହ ସ୍ତିତି ଚିନ୍ତାଜନକ : ପ୍ରଭାତୀ ପରିଡା

ଭୁବନେଶ୍ୱର: ରାଜ୍ୟର ୧୨ ଜିଲ୍ଲାରେ ଅଧିକ ହୋଇଛି ବାଲ୍ୟ ବିବାହ । ତେବେ ଜାତୀୟ ହାର ଠାରୁ ରାଜ୍ୟରେ କମ ରହିଛି ବାଲ୍ୟ ବିବାହ ହାର । ଗୃହରେ ଏନେଇ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା ସୂଚନା ଦେଇ କହିଛନ୍ତି, ଜାତୀୟ ହାର ୨୩.୩%, ଓଡିଶାରେ ବାଲ୍ୟବିବାହ ହାର ୨୦.୫% ରହିଛି ।

ବାଲ୍ୟ ବିବାହ ହାର ନବରଙ୍ଗପୁରରେ ୩୯.୪ %, ନୟାଗଡରେ ୩୫.୭% ସେହିପରି କୋରାପୁଟରେ ୩୫.୫, ରାୟଗଡାରେ ୩୩.୨, ମାଲକାନଗିରିରେ ୩୨.୪% ରହିଛି । ମୟୁରଭଞ୍ଜରେ ୩୧.୩, କେନ୍ଦୁଝରରେ ୨୯, ଗଜପତିରେ ୨୮.୧ % ଥିବା ବେଳେ ବାଲେଶ୍ୱରରେ ୨୬.୪, ବୌଦ୍ଧରେ ୨୫.୩ ଓ ଅନୁଗୁଳରେ ୨୫ % ବାଲ୍ୟ ବିବାହ ହାର ରଛିଛି ।

Related Articles

Back to top button