
ଭୁବନେଶ୍ବର,ରାଜ୍ୟରେ ଶୀତ ପ୍ରକୋପ ଆହୁରି କମିବ। ଭୁବନେଶ୍ବର ପାଣିପାଗ ବିଜ୍ଞାନ କେନ୍ଦ୍ରର ପୂର୍ବାନୁମାନ ଅନୁଯାୟୀ, ଆସନ୍ତା ୩ଦିନ ପର୍ଯ୍ୟନ୍ତ ରାଜ୍ୟର ସର୍ବନିମ୍ନ ତାପମାତ୍ରାରେ ବିଶେଷ ପରିବର୍ତ୍ତନ ଆସିବାର ସମ୍ଭାବନା ନାହିଁ।
ପରବର୍ତ୍ତୀ ସମୟରେ ରାତି ତାପମାତ୍ରା ୨ରୁ ୩ଡିଗ୍ରୀ ପର୍ଯ୍ୟନ୍ତ ବଢ଼ିବା ସମ୍ଭାବନା ରହିଛି।
ତଥାପି ଗତ ୨୪ଘଣ୍ଟା ମଧ୍ୟରେ ଘୁ.ଉଦୟଗିରିରେ ପାରଦ ୫ଡିଗ୍ରୀ ଥିବାବେଳେ ଫୁଲବାଣୀରେ ୮.୨, ସେମିଳିଗୁଡ଼ାରେ ୮.୫, ଝାରସୁଗୁଡ଼ାରେ ୮.୪, ରାଉରକେଲାରେ ୮, କିରେଇରେ ୯.୬, ଭୁବନେଶ୍ବରରେ ୧୩.୭ ଏବଂ କଟକରେ ୧୨.୪ଡିଗ୍ରୀ ରହିଛି।
ଶନିବାର ସକାଳେ ଖୋର୍ଦ୍ଧା, ସୁନ୍ଦରଗଡ଼, କଟକ, କଳାହାଣ୍ଡି, ବାଲେଶ୍ବର, ରାୟଗଡ଼ା ଏବଂ ଜଗତସିଂହପୁର ଜିଲାର କିଛି ଅଞ୍ଚଳରେ କୁହୁଡ଼ି ଦୃଶ୍ୟମାନ ହୋଇପାରେ।



