
ଭୁବନେଶ୍ୱର ,ଆସନ୍ତା ଫେବୃଆରୀ୧ରୁ ଦେଶରେ ସିଗାରେଟ ଏବଂ ତମାଖୁ ଉତ୍ପାଦର ଦର ବଢିବ । ଅର୍ଥ ମନ୍ତ୍ରଣାଳୟ ବୁଧବାର ସିଗାରେଟ୍ ଏବଂ ତମାଖୁ ଉତ୍ପାଦ ଉତ୍ପାଦ ଉପରେ ଶୁଳ୍କ ବୃଦ୍ଧି କରିଛନ୍ତି । ଏହି ଶୁଳ୍କ ବୃଦ୍ଧି ପରେ ସିଗାରେଟ, ପାନ ମସଲା ଏବଂ ଗୁଟଖା ଦର ବୃଦ୍ଧି ହେବ । ଏହି ବୃଦ୍ଧି ଶୁଳ୍କ ଆସନ୍ତା ଫେବୃଆରୀ ୧ରୁ ସାରା ଦେଶରେ ଲାଗୁହେବ ବୋଲି ଚିଠିରେ ଉଲ୍ଲେଖ ରହିଛି । ଅର୍ଥ ମନ୍ତ୍ରଣାଳୟ ଜାରି କରିଥିବା ବିଜ୍ଞପ୍ତି ଅନୁସାରେ, ସରକାର ସିଗାରେଟ ଏବଂ ତମାଖୁ ଉତ୍ପାଦର ଲମ୍ବ ଏବଂ ପ୍ରକାର ଉପରେ ନିର୍ଭର କରି ପ୍ରତି ୧୦୦୦ଷ୍ଟିକ୍ ପାଇଁ ୨୦୫୦ ଟଙ୍କାରୁ ୮୫୦୦ ଟଙ୍କା ପର୍ଯ୍ୟନ୍ତ ଅତିରିକ୍ତ ଶୁଳ୍କ ଲାଗୁ ହେବ । ତମାଖୁ ଏବଂ ସମାନ ଉତ୍ପାଦ ଉପରେ, ବର୍ତ୍ତମାନ ୪୦% ସାମଗ୍ରୀ ଏବଂ ସେବା କର ଶୁଳ୍କ ଲାଗୁ କରାଯିବ । ଭାରତ ଫେବୃଆରୀ ୧ ତାରିଖରୁ ସିଗାରେଟ୍ ସମେତ ତମାଖୁ ଉତ୍ପାଦ ଉପରେ ଉତ୍ପାଦ ଶୁଳ୍କ ଲାଗୁ କରିଛି । ସଂସଦ ଡିସେମ୍ବର ମାସରେ ପାନ ମସଲା ଉତ୍ପାଦନ ଉପରେ, ନୂତନ ସ୍ୱାସ୍ଥ୍ୟ ଏବଂ ଜାତୀୟ ସୁରକ୍ଷା ସେସ୍ ଏବଂ ତମାଖୁ ଉପରେ ଉତ୍ପାଦ ଶୁଳ୍କ ଆଦାୟକୁ ଅନୁମତି ଦେଉଥିବା ଦୁଇଟି ବିଲ୍ କୁ ମଞ୍ଜୁର କରିଥିଲା ।ଏହି ଶୁଳ୍କ ଲାଗୁ କରିବା ପରେ ଭାରତର ସର୍ବବୃହତ ସିଗାରେଟ୍ ନିର୍ମାତା ITC ଏବଂ ଗଡଫ୍ରେ ଫିଲିପ୍ସର ଷ୍ଟକ୍ ୮% ପର୍ଯ୍ୟନ୍ତ ହ୍ରାସ ପାଇଛି ।




