
ଭୁବନେଶ୍ବର ୦୬/ଜୁନ : ଆଜି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ନିଯୁକ୍ତି ମେଳାରେ ଯୋଗ ଦେଇ ୭ଟି ବିଭାଗର ୧୨୪୮ ଜଣ ନବନିଯୁକ୍ତଙ୍କୁ ନିଯୁକ୍ତି ପତ୍ର ପ୍ରଦାନ କରିଛନ୍ତି। ଭୁବନେଶ୍ଵର ଚନ୍ଦ୍ରଶେଖରପୁରସ୍ଥିତ ରେଳ ଅଡିଟୋରିୟମରେ ଏହି କାର୍ୟକ୍ରମଟି ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗରେ ୮୨୬, ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗରେ ୧୭୮ଜଣଙ୍କୁ ନିଯୁକ୍ତି ପତ୍ର କରିଛନ୍ତି ମୁଖ୍ୟମନ୍ତ୍ରୀ ଶ୍ରୀ ମଝି। ସେହିପରି ଅନ୍ୟ ବିଭାଗ ଗୁଡିକରେ ମଧ୍ୟ ନିଯୁକ୍ତି କରାଯାଇଛି, ଯେମିତିକି ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ବିଭାଗରେ ୮୧, ବାଣିଜ୍ୟ ଏବଂ ପରିବହନ ବିଭାଗରେ ୬୩, ପଞ୍ଚାୟତିରାଜ ବିଭାଗରେ ୪୯ ଜଣଙ୍କୁ ନିଯୁକ୍ତି କରାଯାଇଛି ।




