ଜାତୀୟରାଜନୀତି

ଜମ୍ମୁ-କାଶ୍ମୀର ନିର୍ବାଚନ ପାଇଁ କଡ଼ାକଡ଼ି ସୁରକ୍ଷା; ଜଣେ ଆତଙ୍କବାଦୀ ଏନ୍‌କାଉଣ୍ଟର

ନୂଆ ଦିଲ୍ଲୀ: ଜମ୍ମୁ-କାଶ୍ମୀରରେ ସୁରକ୍ଷାବଳ ସହ ଜଣେ ଆତଙ୍କବାଦୀକୁ ଏନ୍‌କାଉଣ୍ଟର । ସୋପୋର ପୁଲିସ ଓ ୩୨ ରାଷ୍ଟ୍ରୀୟ ରାଇଫଲ୍ସର ମିଳିତ ଅପରେସନ କରାଯାଇଥିଲା।

ତେବେ ଏହି ଅଞ୍ଚଳରେ ଆଉ କିଛି ଆତଙ୍କବାଦୀ ଲୁଚି ରହିଥିବା ସନ୍ଦେହରେ ସୁରକ୍ଷା ବାହିନୀ ଉକ୍ତ ଅଞ୍ଚଳକୁ ଘେରାବନ୍ଦୀ କରି ସର୍ଚ୍ଚ ଅପରେସନ ଆରମ୍ଭ କରିଥିଲା ।ଗତ କିଛି ଦିନ ହେବ ଆତଙ୍କବାଦୀଙ୍କୁ ଠାବ କରି ନିପାତ କରିବା ପାଇଁ ପୁଲିସ ସହ ସେନା ସର୍ଚ୍ଚ ଅପରେସନ୍ ଚଳାଇଛି।

ସୋମବାର ଡୁଡୁର ଚିଲ ଅଞ୍ଚଳରେ ଆତଙ୍କବାଦୀମାନେ ଏକ ମିଳିତ ପାଟ୍ରୋଲିଂ ଉପରେ ଗୁଳି ଚଳାଇଥିଲେ, ଯେଉଁଥିରେ ସିଆରପିଏଫ୍ ଇନ୍ସପେକ୍ଟର କୁଲଦୀପ କୁମାର ସହିଦ୍ ହୋଇଥିଲେ । ୧୦ ବର୍ଷ ପରେ ଜମ୍ମୁ-କଶ୍ମୀରରେ ମଧ୍ୟ ବିଧାନସଭା ନିର୍ବାଚନ ହେବାକୁ ଯାଉଛି।

ଯେପରି ନିର୍ବାଚନରେ କୌଣସି ବିଶୃଙ୍ଖଳା ନହୁଏ ସେଥିପାଇଁ କେନ୍ଦ୍ର ସରକାର ବ୍ୟାପକ ସୁରକ୍ଷାକୁ କଡ଼ାକଡ଼ି କରିଛନ୍ତି । ବର୍ତ୍ତମାନ ସୁଦ୍ଧା ଜମ୍ମୁ-କଶ୍ମୀରରେ ପାଖାପାଖି ୩୦୦ କମ୍ପାନୀ ଅର୍ଦ୍ଧସାମରିକ ବାହିନୀ ମୁତୟନ କରାଯାଇଛି।

Related Articles

Check Also
Close
Back to top button