ଭୁବନେଶ୍ୱର, ୨୭/୦୭/୨୦୨୨- ରାଜ୍ୟରେ ପ୍ରତିଷ୍ଠା ହେବ ଆଉ ୧୨ ନୂଆ ଇସ୍ପାତ କାରଖାନା । ଶିଳ୍ପ ସମୃଦ୍ଧ ହେବ ଓଡ଼ିଶା । ସେଥିପାଇଁ ନୂଆ ନୂଆ ଶିଳ୍ପାନୁଷ୍ଠାନ ଖୋଲିବାକୁ ରାଜ୍ୟ ସରକାର ଆରମ୍ଭ କରିଛନ୍ତି ପ୍ରୟାସ । ବିଜେଡି ବିଧାୟକ ଧ୍ରୁବ ସାହୁ ଗୃହରେ ଇସ୍ପାତ କାରଖାନାକୁ ନେଇ ପ୍ରଶ୍ନ କରିଥିଲେ । ରାଜ୍ୟରେ କେତୋଟି ଇସ୍ପାତ କାରଖାନା ରହିଛି ଓ ଆଗକୁ କେତୋଟି ଇସ୍ପାତ କାରଖାନା ପ୍ରତିଷ୍ଠା କରିବାକୁ ଲକ୍ଷ୍ୟ ରଖାଯାଇଛି ? ଏହାର ଜବାବରେ ଖଣି ଓ ଇସ୍ପାତ ମନ୍ତ୍ରୀ ପ୍ରଫୁଲ୍ଲ ମଲ୍ଲିକ କହିଛନ୍ତି, ରାଜ୍ୟରେ ବର୍ତ୍ତମାନ ୫୧ ଟି ଇସ୍ପାତ କାରଖାନା ରହିଥିବା ବେଳେ ସେଗୁଡ଼ିକର ବାର୍ଷିକ ଉତ୍ପାଦନ ୩୩.୧୨ ରହିଛି। ଆଉ ୧୨ଟି ନୂଆ ଇସ୍ପାତ କାରଖାନା ପ୍ରତିଷ୍ଠା ହେବାକୁ ଯାଉଛିି । ସେଥିମଧ୍ୟରୁ ସୁନ୍ଦରଗଡରେ ସର୍ବାଧିକ ୩ ଟି ପ୍ରତିଷ୍ଠା କରାଯିବାକୁ ଥିବାବେଳେ ଯାଜପୁରରେ ୨ଟି କାରଖାନା ହେବ । କେନ୍ଦ୍ରାପଡା, ଜଗତସିଂହପୁର, ଅନୁଗୁଳ, ଢେଙ୍କାନାଳ, କେନ୍ଦୁଝର ଓ ଝାରସୁଗୁଡା ଜିଲ୍ଲାରେ ଗୋଟିଏ ଲେଖାଏଁ ଇସ୍ପାତ କାରଖାନା ପ୍ରତିଷ୍ଠା କରାଯିବ ।
-
ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ଜାରି କରିଥିବା ବୁଲେଟିନ୍ ଅନୁସାରେ ବୁଧବାର ଝାରସୁଗୁଡ଼ା, ସୁନ୍ଦରଗଡ଼, କେନ୍ଦୁଝର, ମୟୂରଭଞ୍ଜ, ବାଲେଶ୍ୱର, ଭଦ୍ରକ, ଯାଜପୁର, କଟକ, ଢେଙ୍କାନାଳ, ଅନୁଗୋଳ ଓ ବୌଦ୍ଧ ଜିଲ୍ଲାରେ ଭୀଷଣ ଗ୍ରୀଷ୍ମ ପ୍ରବାହ ଜାରି ହେବାର ସମ୍ଭାବନା ରହିଛି
May 1, 2024
Back to top button