ଅନ୍ତର୍ଜାତୀୟ
ଶିଶୁପୁତ୍ରକୁ ଜନ୍ମଦେଲେ ୧୪ ବର୍ଷୀୟା ଝିଅ, ଆଈ ବନିଲେ ୩୦ ବର୍ଷୀୟା ମହିଳା!

ଲଣ୍ଡନ: ବ୍ରିଟେନ୍ର ଜଣେ ମହିଳା ନିକଟରେ ଖୁଲାସା କରିଛନ୍ତି ଯେ କିପରି ସେ ଖୁବ୍ କମ୍ ବୟସରେ ମାଆରୁ ଆଈ ବନି ଯାଇଥିଲେ। ତାଙ୍କ ନିଜର ୫ ପିଲା ଥିବା ବେଳେ କିପରି ତାଙ୍କ ନାବାଳିକା କନ୍ୟା ଗର୍ଭବତୀ ହୋଇଥିଲେ ସେ ବିଷୟରେ ବି ସେ କହିଛନ୍ତି।
ମହିଳାଙ୍କ ନାମ କେଲି ହିଲେ। ଯେତେବେଳେ ତାଙ୍କୁ ୩୦ ବର୍ଷ ବୟସ ହୋଇଥିଲା ସେତେବେଳେ ତାଙ୍କ ୧୪ ବର୍ଷୀୟା ଝିଅ ସ୍କାଇ ସାଲ୍ଟର ବେଲିକୁ ଜନ୍ମ ଦେଇଥିଲେ। ବେଲିର ବୟସ ଏବେ ୩+। ବେଲିର ଜନ୍ମ ୨୦୧୮ ମସିହା ଅଗଷ୍ଟ ମାସରେ ହୋଇଥିଲା।





