ଅନ୍ୟାନ୍ୟ
ୟୁକ୍ରେନ୍ରେ ଫସିଥିବା ଭାରତୀୟଙ୍କୁ ଆଣିବା ଲାଗି ରୋମାନିଆ ଓ ହଙ୍ଗେରି ଗଲେ ଭାରତୀୟ ବାୟୁସେନାର ୨ ବିମାନ

ନୂଆଦିଲ୍ଲୀ: ରୁଷ୍ ଆକ୍ରମଣ ଆରମ୍ଭ କରିବା ପରେ ବିମାନ ଚଳାଳଚ ପାଇଁ ୟୁକ୍ରେନ୍ ତା’ର ଆକାଶ ପଥ ବନ୍ଦ କରିବା ପରେ ସେଠାରେ ଫସି ରହିଯାଇଥିବା ଭାରତୀୟମାନଙ୍କୁ ସ୍ବଦେଶକୁ ଫେରାଇ ଆଣିବା ଲାଗି ଭାରତ ସରକାର ଆରମ୍ଭ କରିଥିବା ‘ଅପରେସନ୍ ଗଙ୍ଗା’ରେ ଭାରତୀୟ ବାୟୁସେନାର ୩ଟି ବିମାନ ପୋଲାଣ୍ଡ୍, ହଙ୍ଗେରି ଓ ରୋମାନିଆ ଅଭିମୁଖେ ଯାତ୍ରା କରିବାକୁ ଧାର୍ଯ୍ୟ କରାଯାଇଥିବା କଥା ସରକାରୀ ଅଧିକାରୀମାନେ କହିଛନ୍ତି।
ସେହି ଅନୁସାରେ, ୟୁକ୍ରେନ୍ରୁ ଭାରତୀୟ ନାଗରିକମାନଙ୍କୁ ବାହୁଡ଼ାଇ ଆଣିବା ଲାଗି ଆଜି ସକାଳେ ହିନ୍ଦୋନ୍ ଏୟାର୍ବେସ୍ରୁ ଭାରତୀୟ ବାୟୁସେନାର ୨ଟି ବିମାନ ରୋମାନିଆ ଏବଂ ହଙ୍ଗେରି ଅଭିମୁଖେ ଉଡ଼ାଣ ଆରମ୍ଭ କରିଛି।





