ଜାତୀୟ
ଦେଶରେ ଆଉ ରହିବନି ଚାକିରି ସମସ୍ୟା: ୨୦୨୨ ଶେଷ ସୁଦ୍ଧା ସୃଷ୍ଟି ହେବ ୩ କୋଟି ଚାକିରି

ନୂଆଦିଲ୍ଲୀ() କୋଭିଡ୍ ପାଇଁ ଦେଶର ଅନେକ ଲୋକ ନିଜର ଚାକିରି ହରାଇଥିବା ବେଳେ ଏନେଇ ଆସିଛି ଏକ ଖୁସି ଖବର । ଦୂରସଞ୍ଚାର ବିଭାଗ ପକ୍ଷରୁ ସମଗ୍ର ଦେଶରେ ଚଳିତ ବର୍ଷ ଶେଷ ସୁଦ୍ଧା ଦୁଇରୁ ତିନି କୋଟି ଚାକିରି ସୃଷ୍ଟି ହେବାକୁ ଯାଉଛି । ଡିଜିଟାଲୀକରଣକୁ ଗୁରୁତ୍ୱ ଦେବା ଓ ଲୋକଙ୍କୁ ଇଣ୍ଟରନେଟ ସୁବିଧା ଯୋଗାଇ ଦେବା ଲକ୍ଷ୍ୟରେ ଏକ କୋର୍ଟ ସାର୍ବଜନିକ ୱାଇ-ଫାଇ ହଟସ୍ପଟ ସ୍ଥାପନ କରାଯିବ । ବ୍ରଡବ୍ରାଣ୍ଡ ଇଣ୍ଡିଆ ଫୋରମ (ବିଆଇଏଫ) ପକ୍ଷରୁ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଏନେଇ ସୂଚନା ଦେଇଛନ୍ତି ଦୂରସଞ୍ଚାର କେ. ରାଜରମଣ ।




